ଖେଳ

ବିରାଟ କୋହଲିଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜୋରିମାନା

Virat Kohli

ଲୋକେଶ ରାହୁଳଙ୍କ ପଞ୍ଜାବ ଦଳଠାରୁ ପରାଜୟର କଷ୍ଟ ଆରସିବି ଅଧିନାୟକ ବିରାଟ କୋହଲି କେବେ ଭୂଲି ପାରିବେ ନାହିଁ । ଦୁଇଦୁଇଟି କ୍ୟାଚ୍ ଛାଡ଼ିବା ତାଙ୍କ ଦଳ ପାଇଁ କେବଳ ମହଙ୍ଗା ପଡ଼ିନାହିଁ ଏକ ଲଜ୍ଜାଜନକ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି । ଏହି ସ୍ଥିତିରେ କୋହଲିଙ୍କ ଉପରେ ଟୁର୍ଣାମେଣ୍ଟ ପ୍ରଶାସନ ୧୨ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛି । ଧୀମା ବୋଲିଂ ପାଇଁ କୋହଲିଙ୍କୁ ଏହି ଜୋରିମାନା ଦେବାକୁ ପଡ଼ିବ ।ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ପ୍ରେସ ବିବୃତି ଅନୁସାରେ ଆଇପିଏଲର ନ୍ୟୂନତମ ଓଭର ଗତି ଉଲ୍ଲଙ୍ଘନ ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁସାରେ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ ହୋଇଛି । କିଙ୍ଗସ ଇଲେଭେନ ଦଳ ନିଜ ବ୍ୟାଟିଂ କାଳରେ ବେଶ୍ ଚୌକା ଓ ଛକ୍କା ମାରିଥିଲା । ଯାହା ଫଳରେ ଏହି ପାଳି ୧ ଘଣ୍ଟା ୫୧ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଯାହା ପାଇଁ ବିରାଟ କୋହଲିଙ୍କୁ ଜୋରିମାନା ଦେବାକୁ ପଡ଼ିବ ।ଏହି ମ୍ୟାଚରେ କୋହଲି ରାହୁଳଙ୍କ ୨ଟି କ୍ୟାଚ ଛାଡ଼ିଥିଲେ । ରାହୁଳ ୮୩ ଓ ୮୯ ରନ୍ କରିଥିବାବେଳେ କୋହଲି ରାହୁଳଙ୍କ କ୍ୟାଚ୍ ଧରିବାରେ ବିଫଳ ହୋଇଥିଲେ । ଏହାପରେ ରାହୁଳ ୬୯ ବଲରେ ୧୩୨ ରନ ସଂଗ୍ରହ କରିବା ସହ ରେକର୍ଡ଼ କରିଥିଲେ ।

Show More

Related Articles

Back to top button