Breaking PLUSଓଡ଼ିଶା

ବିଧାନସଭାରେ କରୋନା

ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ

() ବିଧାନସଭାରେ କରୋନା । ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ନୀଳଗିରି ବିଧାୟକଙ୍କ ସହ ବୈଠକରେ ବସିଥିବା ୧୨ କର୍ମଚାରୀଙ୍କ ଭିତରୁ ୫ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସୂଚନାନୁସାରେ ଦେବୀ ମିଶ୍ରଙ୍କ ସଭାପତିତ୍ୱରେ ଯେଉଁ ବୈଠକ ବସିଥିଲା ସେଥିରେ ନୀଳଗିରି ବିଧାୟକ ଉପସ୍ଥିତ ଥିଲେ । ତା ପର ବୈଠକକୁ ବାତିଲ କରାଯାଇଥିଲା । ବୈଠକରେ ଥିବା ୧୨ ଅଫିସରଙ୍କୁ କରୋନା ପରୀକ୍ଷା ପାଇଁ କୁହାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପଜିଟିଭ ଆସିଛି । ସମେସ୍ତ ଘରୋଇ ସଂଗରୋଧରେ ଥିଲେ । ବିଧାନସଭାକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବ ଏବଂ ୪ତାରିଖରେ ଖୋଲିବ ବିଧାନସଭା ।

Show More

Related Articles

Back to top button