ଦେଶ ବିଦେଶବାଣିଜ୍ୟ

ବଦଳିବ ସାଲାରୀ ସ୍ଲିପ୍, ଜାଣନ୍ତୁ କଣ ପାଇବେ କଣ ହରାଇବେ !

ନୂଆଦିଲ୍ଲୀ: କରୋନା ଭାଇରସ୍ ଆସିବା ପରେ ବଦଳିଯ଼ାଇଛି ଦୁନିଆ I ଅଫିସ୍ ବଦଳରେ ଏବେ ଘରୁ ହେଉଛି ଅଫିସ୍ କାମ I ୱାର୍କ ଫର୍ମ ହୋମ୍ ପ୍ରଭାବ ଏବେ ଆପଣଙ୍କ ଦରମାରେ ପଡ଼ିବ I ମାନେ ବଦଳିବାକୁ ଯ଼ାଉଛି ସାଲାରୀ ସ୍ଲିପ୍ I ଅଫିସ୍ କାମ ହିସାବରେ ଯ଼ୌନ ଉତ୍ପୀଡ଼ନ, ଛୁଟି, କ୍ୟାବ୍ସ ଆଲାଉନ୍ସ ପଲିସିରେ ପରିବର୍ତ୍ତ ଆସିବ I କାରଣ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି I

କଣ ରହିବନି ସାଲାରୀ ସ୍ଲିପରେ ?

ଚର୍ଚ୍ଚା ମୁତାବକ ଆଇଟି ସେକ୍ଟର, ବ୍ୟାଙ୍କିଂ, ଏଫଏମସିଜି, କନସଲଟାନ୍ସି, ଅଟୋମୋବାଇଲ, ମ୍ୟାନୁଫାକ୍ଚରିଂ ଭଳି ସେକ୍ଟର ନୂଆ ସାଲାରୀ ସ୍ଲିପ୍ ଆଣିବେ I ନିଯ଼ୁକ୍ତି ଓ ଶ୍ରମ ଆଇନ୍ ବିଶେଷଜ୍ଞଙ୍କ ମୁତାବକ ବିଭିନ୍ନ କମ୍ପାନୀର ଏଚ୍ଆର୍ ନୂଆ ପଲିସି ତିଆରି କରୁଛନ୍ତି I ଏବେ ସାଲାରୀ ସ୍ଲିପରେ କ୍ୟାବ୍ସ ଆଲାଉନ୍ସ, ତେଲ ଓ ଡ୍ରାଇଭର ଆଲାଉନ୍ସ ମିଳୁଛି I ଏପରିକି ମିଳୁଥିବା ଭେଇକିଲ ମେଣ୍ଟେନାନ୍ସ ଚାର୍ଜ କମ୍ପାନୀ ବାଦ୍ ଦେଇପାରନ୍ତି I ଅଧିକାଂଶ କର୍ମଚାରୀ ଘରେ ରହି କାମ କରୁଥିବାରୁ ଏପରି ହୋଇପାରେ I

କାହିଁକି ଏମିତି କରୁଛନ୍ତି କମ୍ପାନୀ ?

କମ୍ପାନୀମାନଙ୍କ ଅନୁସାରେ, ଏବେ ଟଙ୍କା ବଞ୍ଚାଇବା ସହ କାମ ଚାଲୁ ରଖିବା ଦରକାର I ଅଧିକାଂଶ କମ୍ପାନୀ ପୁରୁଣା ତରିକାରେ ଆଲାଉନ୍ସ ଦେଉଛନ୍ତି I ଯ଼ାହା ଏବେ ବନ୍ଦ କରିବାକୁ ପଡ଼ିବ I କର୍ମଚାରୀ ଘରୁ କାମ କରୁଥିବାରୁ ଟ୍ରାଭେଲ ଆଲାଉନ୍ସ ବଦଳରେ ୱାର୍କ ଫର୍ମ ହୋମ୍ ପାଇଁ ନୂଆ ପ୍ରକାରର ଆଲାଉନ୍ସ ଦେବାକୁ ଯ଼ୋଜନା କରୁଛନ୍ତି I

କଣ ରହିବ ନୂଆ ସାଲାରୀ ସ୍ଲିପରେ ?

ନୂଆ ସାଲାରୀ ସ୍ଲିପରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସାମିଲ ହୋଇପାରେ I ଏଥିରେ ଅଫିସ୍ ଫର୍ଣ୍ଣିଚର, ଲାପଟପ, ପ୍ରିଣ୍ଟର ସହିତ ଫିଜିକଲ ହେଲଥ ଆପ୍ ଆଦି ସାମିଲ୍ କରାଯ଼ାଇପାରେ I ସାଲାରୀ ସ୍ଲିପରେ ଘରୋଇ ସହାୟତା ପାଇଁ ଖର୍ଚ୍ଚ ମଧ୍ୟ ସାମିଲ୍ ହୋଇପାରେ I

ସିଟିସି ଉପରେ କଣ ପଡ଼ିବ ପ୍ରଭାବ ?

ଟାଟା ଷ୍ଟିଲ ପ୍ରକାରେ, ଆମେ ସିଟିସିରେ କୌଣସି ପରିବର୍ତ୍ତନ କରିବୁ ନାହିଁ I କେବଳ ସାଲାରୀ ସ୍ଲିପ ଷ୍ଟ୍ରକ୍ଚରରେ ପରିବର୍ତ୍ତନ ପାଇଁ ଚିନ୍ତା କରୁଛୁ I ସେହିଭଳି ଆରପିଜି ଗ୍ରୁପ୍ ନୂଆ ସାଲାରୀ ସ୍ଲିପରେ କର୍ମଚାରୀ ଯ଼େଭଳି ଅଧିକ ଟ୍ୟାକ୍ସ ନଦେବେ ସେଥିପ୍ରତି ଧ୍ୟାନ ରଖିଥିବା କହିଛନ୍ତି I

Show More

Related Articles

Back to top button