ଓଡ଼ିଶା

ନାବାଳିକାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

ଭଦ୍ରକ,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍): ଜନୈକା ନବାଳିକାକୁ ବଳାତ୍କାର ଅଭିଯୋଗରେ ଭଦ୍ର ଗ୍ରମାଞ୍ଚଳ ପୁଲିସ ଅଭିଯୁକ୍ତ କାହ୍ନୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ୍‍ ଖଣ୍ଡତଡ଼ା ପଞ୍ଚାୟତ ଆହାରପଦା ଗ୍ରାମର ଜନୈକ ମହିଳା ଭଦ୍ରକ ଗ୍ରମାଞ୍ଚଳ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସେ ନିଜ ସ୍ୱାମୀଙ୍କ ସହ ରୋଗ ପରାମର୍ଶ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ଅପରାହ୍ନରେ ଯାଇଥିଲେ। ଏହି ସମୟରେ ତାଙ୍କର ୧୩ବର୍ଷର ନାବାଳିକା କନ୍ୟା ଖାଇସାରି ବିଶ୍ରାମ ନେଉଥିଲେ। ତେବେ ଶୌଚ ହେବାକୁ ଯିବା ସମୟରେ ଏହି ଗ୍ରାମର ପର୍ଶୁରାମ ଜେନାଙ୍କ ପୁତ୍ର କାହ୍ନୁ ମନ୍ଦ ଉଦ୍ଦେଶ୍ୟ ରଖି ନାବାଳିକାଙ୍କ ଅଜାଣତରେ ତାଙ୍କ ଶେଇବା ଘରେ ପଶି ଲୁଚି ଯାଇଥିଲେ। ନବାଳିକା ବିଶ୍ରାମ ନେବା ସମୟରେ କାହ୍ନା ସଂପୃକ୍ତା ନାବାଳିକାଙ୍କୁ ବଳାକାôାର ଉଦ୍ୟମ କରିଥିଲେ। ତେବେ ନାବାଳିକାଜଣକ ଚିତ୍କାର କରିବାରୁ ପଡ଼ୋଶୀମାନେ ସେଠାରେ ପହଞ୍ଚିଯ।।ଇଥିଲେ। ଫଳରେ ଅଭିଯୁକ୍ତ କାହ୍ନା ସେଠାରୁ ଫେରାର ହୋଇଯାଇଥିଲେ। ତେବେ ନାବାଳିକାଙ୍କ ପିତା ଓ ମାତା ଏ ସମ୍ପର୍କରେ ୧୧ତାରିଖ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୁଲିସ ଅଭିଯୋଗ ମୂଳେ ଆବ୍ୟାକ ତଦନ୍ତ ପରେ ଅଭିଯୁକ୍ତ କାହ୍ନାକୁ ଗିରଫ କରି କୋର୍ଟଚାଲାଣ କରିଛି।

Show More

Related Articles

Back to top button