ଦେଶ ବିଦେଶ

ଜାମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର, ୧୩ ଦିନରେ ମଲେଣି ୨୫ ଆତଙ୍କବାଦୀ

କୁଲଗାଁରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀ ହିଜ୍ ବୁଲ ମୁଜାହିଦିନର ବୋଲି ଜଣା ପଡିଛି । ବିଶେଷ ସୁତ୍ରରୁ ଖବର ପାଇ ସୁରକ୍ଷା କର୍ମୀ କୁଲଗାମ ଜିଲ୍ଲାର ନିପୋରା ଅଞ୍ଚଳରେ ସର୍ଚଅପରେ ଆରମ୍ଭ କରିଥିଲେ। ସେହି ସମୟରେ ଆତଙ୍କବାଦୀ ମାନେ ଅଚାନକ ଗୁଳି ଚଳାଇଥିଲେ। ସେମାନଙ୍କ ପାଖରୁ ୨ଟି ପିସ୍ତଲ ଓ ୩ଟି ଗ୍ରେନେଡ ଜବତ ହୋଇଛି ।

ଅନ୍ୟପଟେ ବନ୍ଦିପୋରା ଗ୍ରାମରେ ଝରିନ ନଦୀକୁଳ ନିକଟରେ ଥିବା ବ୍ରିଜ ନିକଟରୁ ଆଇଇଡି ଜବତ କରିଛନ୍ତି ସୁରକ୍ଷାକର୍ମୀ । ଆଇଇଡି କୁ ଏକ ଗ୍ୟାସ୍ ସିଲିଣ୍ଡର ଲଗାଜାଇ ଥିଲା । ଏହାକୁ ବୋମା ନିସ୍କ୍ରିୟ ଦଳ ଆସି ଡିଫ୍ୟୁଜ କରିଥିଲେ । ପରେ ଟ୍ରାଫିସ ଅଟକାଇ ସମ୍ପୁର୍ଣ ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା ।

୨ ସପ୍ତାହ ମଧ୍ୟରେ ଆତଙ୍କବାଦୀ ସଂଗଠନର ୬ ମୁଖ୍ୟ ଆତଙ୍କବାଦୀ ନିହତ ହୋଇଛନ୍ତି । ବିଗତ ଦିନରେ ହୋଇଥିବା ଏନକାଉଣ୍ଟରରେ ରିଆଜ ନାୟକ ସମେତ ଅନ୍ୟ ୬ଜଣ ଆତଙ୍କବାଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ହାତରେ ନିହତ ହୋଇଛନ୍ତି ।

Show More

Related Articles

Back to top button