Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୦୦ ନୂଆ କରୋନା ପଜେଟିଭ ରୋଗୀ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ରାଜ୍ୟର ୩୦ଟି ଜିଲ୍ଲାରୁ ୩୬୦୦ ଜଣ ନୂଆ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ରାଜ୍ୟର ୩୦ଟି ଜିଲ୍ଲାରୁ ୩୬୦୦ ଜଣ ନୂଆ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୦୯ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଓ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ୧୪୯୧ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଓ କଟକରୁ ୩୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୦, ବଲେଶ୍ୱରରୁ ୧୦୭, ବରଗଡରୁ ୧୦୬, ଯାଜନୁରରୁ ୧୩୯, କେନ୍ଦ୍ରାପଡାରୁ ୧୨୯. କେନ୍ଦୁଝରରୁ ୧୦୬, ମୟୂରଭଞ୍ଜରୁ ୧୫୬,ନବରଙ୍ଗପୁରରୁ ୧୧୬, ପୁରୀରୁ ୧୧୫, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button