ଓଡ଼ିଶା

ଗଞ୍ଜାମରେ ଆଉ ଏକ ମୁଣ୍ଡ ନେଲା କରୋନା, ୫୦ ବର୍ଷୀୟ ପୁରୁଷ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା I ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କୋଭିଡ୍ ପଜିଟିଭ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛ I ଏଥିସହ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି I ମୃତକ ଜଣକ ମଧୁମେହ, ଉଚ୍ଚରକ୍ତଚାପ ସହ କିଡନୀ ରୋଗରେ ଆକ୍ରାନ୍ତ ଥିଲେ I ଚିକିତ୍ସାଧୀନ ଅବସ୍ଥାରେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି I ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି I

ଏଥିସହ ରାଜ୍ୟରେ କରୋନାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି I ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯୦୯ରେ ପହଞ୍ଚିଛି I ୨୫୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୩୦୧ ଜଣଙ୍କ ଚିକିତ୍ସା ଚାଲିଛି I

Show More

Related Articles

Back to top button