ସ୍ୱାସ୍ଥ୍ୟ

ଆସନ୍ତୁ ପଢିବା ମେଥି ଶରୀରକୁ କେଉଁସବୁ ଉପକାରିତାମାନ ଦେଇଥାଏ

ମେଥିରେ ଦାନା ଛୋଟ ଛୋଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‍ ଉପକାରୀ ଅଟେ। ମେଥିକୁ ବିଭିନ୍ନ ଖାଦ୍ୟରେ ଛୁଙ୍କ ଦେବାରେ ବ୍ୟବହାର କରାଯାଏ। କାଞ୍ଜି, ଦହିକଡ଼ି, ଆମ୍ବ ଖଟା, ଟମାଟ ଖଟା, ଦହି ବାଇଗଣ ଏପରିକି ଡ଼ାଲମା ଆଦି ଖାଦ୍ୟରେ ଏହାକୁ ଛୁଙ୍କ ଦେଲେ ବ୍ୟଞ୍ଜନର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ। ଏହାର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡ଼ିଥାଏ।

Methi leaf
Methi leaf

ସେହିପରି ମେଥି ଶାଗକୁ ମଧ୍ୟ ବିଭିନ୍ନ ଖାଦ୍ୟରେ ବ୍ୟବହାର କରାଯାଇଥାଏ। ମେଥି ପରାଟା ମେଥି ଡ଼ାଲମା, ମେଥି କଚୋଡ଼ି, ମେଥି ପୁରୀ ଆଦି ଅନେକଙ୍କର ପ୍ରିୟ ଅଟେ। ସେହିପରି ତଡ଼କାରେ ମଧ୍ୟ ମେଥିଶାଗର ବ୍ୟବହାର କରାଯାଇଥାଏ। ମେଥି ଶାଗରେ ପ୍ରସ୍ତୁତ ଖାଦ୍ୟଗୁଡ଼ିକ ଖୁବ୍‍ ସ୍ୱାଦିଷ୍ଟ ଏବଂ ଏହା ତନ୍ତୁଯୁକ୍ତ ଖାଦ୍ୟ ହୋଇଥିବାରୁ ଏହା ହଜମକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏହା ସହ କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର କରିଥାଏ।ସେହିପରି ମେଥି ପାଣି ମଧ୍ୟ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ମିନେରାଲ ଓ ଆଣ୍ଟିଅକ୍ସିଡ଼ାଣ୍ଟରହିଥାଏ। ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ। ରାତିରେ ପାଣିରେ ମେଥି ବତୁରାଇ ଦିଅନ୍ତୁ। ସକାଳୁ ମେଥିଗୁଡ଼ିକୁ ଛାଣି ଏହି ପାଣିକୁ ପ୍ରତ୍ୟେକ ଦିନ ପିଅନ୍ତୁ। ଅନେକ ମାରାତ୍ମକ ରୋଗରୁ ଏହି ପାଣି ଉପଶମ ଦେଇଥାଏ।

Show More

Related Articles

Back to top button