ଓଡ଼ିଶା

ଆନ୍ଧ୍ର କ୍ୟାବିନେଟରେ ‘ଦିଶା ବିଲ୍‍-୨୦୧୯’କୁ ମଞ୍ଜୁରୀ : ୨୧ ଦିନରେ ବଳାତ୍କାରୀକୁ ମୃତ୍ୟୁଦଣ୍ଡ

ବିଜୟୱାଡା : ଅ।ନ୍ଧ୍ରପ୍ରଦେଶ କ୍ୟାବିନେଟ ‘ଦିଶା ବିଲ୍‍-୨୦୧୯’କୁ ଅନୁମୋଦନ କରିଛି। ଏଥରେ ସାମୂହିକ ବା ଗଣ ବଳାତ୍କାର ମାମଲାର ୨୧ ଦିନ ମଧ୍ୟରେ ଶୁଣାଣି କରାଯାଇ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ୟ ଏହି ବିଧେୟକକୁ ବିଧାନସଭାର ଚଳିତ ଅଧିବେଶନରେ ଅ।ଗତ କରାଯିବ। ଅ।ନ୍ଧ୍ରପ୍ରଦେଶ ଅପରାଧ ଅ।ଇନରେ ଏକ ସଂଶୋଧନ ସହ ଏହି ଅ।ଇନ୍‍ ଲାଗୁ କରାଯିବ ୟ ଯାହାକୁ ‘ଅ।ନ୍ଧ୍ରପ୍ରଦେଶ ଦିଶା ଅ।ଇନ’ ଭାବେ ନାମିତ କରାଯାଇଛି। ପଡୋଶୀ ରାଜ୍ୟ ତେଲଙ୍ଗାନାରେ ନିକଟରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପ୍ରାଣୀ ଚିକିତ୍ସିକାଙ୍କ ସ୍ମୃତିରେ ଏହ ଅ।ଇନ୍‍ ପ୍ରଣୟନ ହେବାକୁ ଯାଉଛି। ଏହା ବ୍ୟତୀତ ଅନ୍ୟ ଏକ ଅ।ଇନକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି ୟ ଯେଉଁ ଅ।ଇନ ମହିଳା ଏବଂ ପିଲାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାର ଶୁଣାଣି ପାଇଁ ସ୍‍ୱତନ୍ତ୍ର ଅଦାଲତ ଗଠନର ମାର୍ଗ ପ୍ରଶସ୍ଥ କରିବ। ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହି ଦୁଇଟି ବିଲ୍‍ ଅ।ଗତ କରାଯିବ।

Show More

Related Articles

Back to top button