Breaking PLUSଖେଳମୁଖ୍ୟ ଖବର

ଆଇପିଏଲ: ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି

ଆଇପିଏଲ ୨୦୨୦ର ଏକାଦଶତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ।

ଆଜିର ମ୍ୟାଚରେ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଚନ୍ତି । ଦିଲ୍ଲୀ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ।ଆବୁଧାବିରେ ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଲଗାତର ଦୁଇଟି ବିଜୟ ପରେ ଦିଲ୍ଲୀର ମନୋବଳ ଆକାଶଛୁଆଁ ରହିଛି । ଅନ୍ୟପକ୍ଷେ ହାଇଦ୍ରାବାଦ ପୂର୍ବରୁ ଖେଳିଥିବା ଦୁଇଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି ।ଡେଭିଡ ଓ୍ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଦଳ ଯିଏ ପ୍ରଥମ ବିଜୟର ଅପେକ୍ଷାରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦୁଇଟି ମ୍ୟାଚରେ ଚମତ୍କାର ଖେଳ ଦେଖାଇଛି । ଶ୍ରେୟସ ଆୟାଙ୍କ ନେତୃତ୍ୱରେ ଦିଲ୍ଲୀ କିଙ୍ଗସ୍ ଏକାଦଶ ପଞ୍ଜାବକୁ ସୁପର ଓଭରରେ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସକୁ ମଧ୍ୟ ମାତ୍ ଦେଇଛି । ଦଳ ଏବେ ତାଲିକାରେ ଶୀର୍ଷରେ ରହିଛି ।ଆଇପିଏଲର ରେକର୍ଡକୁ ଦେଖିଲେ ସନରାଇଜର୍ସ ହାଇଦ୍ରାବାଦ ଭଲ ସ୍ଥିତିରେ ରହିଛି । ଉଭୟଙ୍କ ମଧ୍ୟରେ ଏବେସୁଦ୍ଧା ୧୫ଟି ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ହାଇଦ୍ରାବାଦ ୯ ଓ ଦିଲ୍ଲୀ ୬ଟି ମ୍ୟାଚ୍ ଜିତିଛି ।

Show More

Related Articles

Back to top button