ଆସୁଛି ଫ୍ଲିପକାର୍ଟର ବିଗ ବିଲିୟନ ସେଲ୍ସ

ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଗ୍ ବିଲିଅନ ଫେସ୍ଟିବ୍ ସିଜିନ୍ ସେଲ୍।ଅନଲାଇନରେ ଖୁଚୁରା ବ୍ୟବସାୟୀ ଫ୍ଲିପକାର୍ଟ ଖୁବ୍ ଶୀଘ୍ର ବିଗ୍ ବିଲିୟନ ସେଲ୍ ଆରମ୍ଭ କରିବାକୁ ଯାଉଛନ୍ତି। ଆଇଫୋନ୍ 13, ସାମସଙ୍ଗ ଗ୍ୟାଲେକ୍ସି F-54 , ପିକ୍ସେଲ 7A ଏବଂ ଅନ୍ୟାନ୍ୟ ବହୁ ଜଣାଶୁଣା ସାମଗ୍ରୀର ମୂଲ୍ୟ ହ୍ରାସ କରାଯିବ ବୋଲି ୱେବସାଇଟ୍ ତରଫରୁ ଘୋଷଣା କରାଯାଇଛି। ତେବେ ପ୍ରତିବର୍ଷ, ଦୁର୍ଗାପୂଜା ଓ ଦୀପାବଳିର ଏକ ମାସ ପୂର୍ବରୁ, ଫ୍ଲିପକାର୍ଟ ଗ୍ରାହକମାନଙ୍କୁ ଇଲେକଟ୍ରୋନିକ୍ ବ୍ରାଣ୍ଡ ଉପରେ ଭଲ ରିହାତି ଦେଇଥାଏ। ଫୋନ୍,ଏସି, ଫ୍ରିଜ୍,ଟିଭି ଆଦି ଅନେକ ଇଲେକ୍ଟ୍ରିକ୍ ସାମଗ୍ରୀ ଉପରେ ଚଳିତ ଥର ମଧ୍ୟ ଭଲ ଡିସକାଉଣ୍ଟ ନେଇ ଆସିବାକୁ ଯାଉଛି।ତେବେ ସ୍ମାର୍ଟଫୋନ୍ ମଧ୍ୟରେ ଯେପରିକି ସାମସଙ୍ଗ ଗ୍ୟାଲେକ୍ସି F-54, ଆଇଫୋନ୍ 13, ପିକ୍ସେଲ 7A, ପୋକୋ X5 ପ୍ରୋ, ସାମସଙ୍ଗ ଗ୍ୟାଲେକ୍ସି S23 ଅଲଟ୍ରା, ରେଡମି ନୋଟ୍ 12 ପ୍ରୋ, ସାମସଙ୍ଗ ଗାଲାକ୍ସି ଏ 34, ପୋକୋ F5, ସାମସଙ୍ଗ ଗ୍ୟାଲେକ୍ସି ଏ-23, ଓପୋ ରେନୋ 10, ମୋଟରୋଲା ଏଜ 40, ମୋଟରୋଲା G54, ସାମସଙ୍ଗ ଗାଲାକ୍ସି F-13 ଭଳି ନୂଆ ନୂଆ ଫିଚର୍ ଥିବା ଫୋନକୁ ଭଲ ଦାମରେ କିଣି ପାରିବେ ଗ୍ରାହକ। ଗ୍ରାହକମାନେ ୱେବସାଇଟକୁ ଯାଇ ନିଜ ମନ ପସନ୍ଦର ସାମଗ୍ରୀ ଭଲ ଦାମରେ କିଣି ପାରିବେ। ତେବେ ବିଗ୍ ବିଲିୟନ ସେଲ୍ ଆରମ୍ଭର ନିର୍ଦ୍ଧିଷ୍ଟ ତାରିଖ ଏଯାଏଁ ଘୋଷଣା କରାଯାଇ ନାହିଁ ମାତ୍ର ଖୁବ୍ ଶୀଘ୍ର ଏହା ଆରମ୍ଭ ହେବ ବୋଲି ପକାର୍ଟ ତରଫରୁ କୁହାଯାଇଛି।